ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ମହୁଆ ମୋଇତ୍ରା

ରାୟପୁର – କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ଟିଏମସି ସାଂସଦ। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଛତିଶଗଡ଼ର ରାୟପୁରରେ ଏଫଆଇଆର ରୁଜୁ। ଅଭିଯୋଗ ମୁତାବିକ , ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖିବା କଥା କହିଥିଲେ ମୋଇତ୍ରା।

ଜଣେ ପୁଲିସ ଅଧିକାରୀ ରବିବାର ( ୩୧ ଅଗଷ୍ଟ) କହିଥିଲେ ଯେ, ସ୍ଥାନୀୟ ନିବାସୀଙ୍କ ଅଭିଯୋଗ ଆଧାରରେ ମୋଇତ୍ରାଙ୍କ ବିରୋଧରେ ଶନିବାର ମାନା ପୁଲିସ ଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୧୯୬ (ଧର୍ମ ,ଜାତି, ଜନ୍ମ ସ୍ଥାନ , ନିବାସ , ଭାଷା ଆଦି ଆଧାରରେ ବିଭିନ୍ନ ଗ୍ରୁପ୍‌ ମଧ୍ୟରେ ଶତ୍ରୁତାକୁ ବୃଦ୍ଧି କରାଇବା) ଏବଂ ଧାରା ୧୯୭ (ରାଷ୍ଟ୍ରୀୟ ଏକତାକୁ କ୍ଷତି କରିବାର ଅଭିଯୋଗ , ଦାବି) ଅନୁସାରେ ମାମଲା ରୁଜୁ କରାଯାଇଛି। 

ଅଭିଯୋଗ ଆଧାରରେ , ମୋଇତ୍ରା ଏହା କହି ବିବାଦ ସୃଷ୍ଟି କରି ଥିଲେ ଯେ, ଯଦି ଅମିତ ଶାହ ବାଂଲାଦେଶରୁ ଅନୁପ୍ରବେଶ ରୋକିବାରେ ବିଫଳ ହୁଅନ୍ତି ତ, ସର୍ବ ପ୍ରଥମେ ଆପଣଙ୍କୁ ଅମିତ ଶାହଙ୍କ ମୁଣ୍ଡ କାଟି ନିଜର ଟେବୁଲ ଉପରେ ରଖିବା ଉଚିତ୍‌।

ଅଭିଯୋଗ ମୁତାବିକ ,ସେ ଏହି ଟିପ୍ପଣୀ ଗୁରୁବାର ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ଅବସରରେ ସାମ୍ୱାଦିକଙ୍କୁ କହିଥିଲେ। ହେଲେ ପିଟିଆଇ ନିଜ ପକ୍ଷରୁ ଭିଡ଼ିଓର ସତ୍ୟତା ନିଶ୍ଚିତ କରି ନାହିଁ। ଟିଏମସି ସାଂସଦ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ସୀମା ସୁରକ୍ଷା ଉପରେ ନିଜର ଦାୟିତ୍ୱ ଏଡାଇ ଯାଉଛନ୍ତି। 

ପୋଲିସ ଅଧିକାରୀ କହିଛନ୍ତି , ଅଭିଯୋଗକାରୀ ଗୋପାଳ ସାମନ୍ତୋ ଅଭିଯଗୋ କରିଛନ୍ତି ଯେ, ମୋଇତ୍ରାଙ୍କ ମନ୍ତବ୍ୟ ଆପତ୍ତିଜନକ ଓ ଅସାମ୍ୱିଧାନିକ। ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ ୧୯୭୧ରେ ରାୟପୁରର ମାନା କ୍ୟାମ୍ପ ଅଞ୍ଚଳରେ ବହୁ ସଂଖ୍ୟାରେ ବାଂଲାଦେଶୀ ଶରଣାର୍ଥୀ ବସତି ସ୍ଥାପନ କରିଥିଲେ। ମୋଇତ୍ରାଙ୍କ ମନ୍ତବ୍ୟରେ ତାଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି , କାରଣ ଏହିପରି ମନ୍ତବ୍ୟ ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ତାଙ୍କ ପ୍ରତି  କ୍ରୋଧ ସୃଷ୍ଟି କରି ପାରେ।

Leave a Reply

Your email address will not be published. Required fields are marked *