ଓଏଏସ୍ ଅଫିସରଙ୍କୁ ଡରିଗଲେ ମୋହନ ମାଝୀ

୨ଘଣ୍ଟାରେ କଲେ ବଦଳି ସ୍ତଗିତ : ଭୟରେ ସ୍ଥଗିତ କଲେ ଓଏଏସ୍ ଅଫିସରଙ୍କ ବଦଳି
 ଧରାପଡିଗଲା ମୋହନ ମାଝୀଙ୍କ ଅସଲ ଚେହେରା
 ପଣ୍ଡା ବାବୁଙ୍କୁ ଟ୍ରାନ୍ସଫର କରି ଦୁଇ ଘଣ୍ଟା ଭିତରେ କ୍ୟାନ୍ସଲ କରିବା ମାନେଟା କଣ ?
 ଏମ୍‌କେସିଜି ମେଡିକାଲ କଲେଜର ବଡ଼ କେଳେଙ୍କାରୀ ଲାଗିଲା ଓଡ଼ିଶା ନିଉଜ୍ ୫ ହାତରେ
 ଓଏଏସ୍ ପଣ୍ଡା ବାବୁ ଓ ମନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଦାଣ୍ଡରେ ପଡି ହାଟରେ ଗଡିଲାଣି

ଏମ୍‌କେସିଜି ମେଡିକାଲ କଲେଜ୍‌ରେ ବଡ଼ କେଳେଙ୍କାରୀ । ଓଏଏସ୍ ଅଫିସର ପଣ୍ଡାବାବୁ ଓ ମୋହନ ସରକାରଙ୍କ ଅଛି କି ମଧୁଚନ୍ଦ୍ରିକା ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହେଲାଣି । ଲୋକ ଦେଖାଣିଆ ସରକାରଙ୍କ ସବୁ ଗୁମର ଦାଣ୍ଡରେ ପଡି ହାଟରେ ଗଡିଲାଣି ।ମୋହନ ସରକାର,ଓଏଏସ୍ ଅଫିସର୍ ପଣ୍ଡା ବାବୁଙ୍କୁ ଟ୍ରାନ୍ସଫର ଦେଇ ଅର୍ଡରକୁ ଦୁଇ ଘଣ୍ଟା ମଧ୍ୟରେ ବାତିଲ କରିବା ମାନେଟା କଣ ହେଇପାରେ ? ଓଏଏସ୍ ଅଫିସର ଓ ରାଜନେତାଙ୍କ ମଧ୍ୟରେ ମୋଟା ଅଙ୍କର କାରବାର ହୋଇଛି କି ନା ଆଉ କିଛି ଅଛି କାରଣ ? ଅସଲ କଥାଟା ଲୋକ ଲୋଚନକୁ କେବେ ଆସିବ ? ଡବଲ ଇଞ୍ଜିନ ସରକାରଙ୍କର ବଡ଼ ପୁଅ ବୋଲାଉଥିବା କିଏ ସେହି ପ୍ରଭାବଶାଳି ରାଜନେତା । ମୋହନ ସରକାର ଶାସନ ବ୍ୟବସ୍ଥାକୁ ପକେଟରେ ଧରି ବୁଲିବାର ସାହାସ ଦେଲା କିଏ ?
ସଂଗ୍ରାମ ଶେଖର ପଣ୍ଡା ଓରଫ୍ ପଣ୍ଡା ବାବୁ ବହୁ ବର୍ଷଧରି ଏମ୍‌କେସିଜି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ବ୍ରହ୍ମପୁର ଠାରେ ରେଗିଷ୍ଟାର ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କୁ ଏଡିଏମ୍ ଭାବରେ ବରଗଡ ଜିଲ୍ଲା ପହ୍ମପୁରକୁ ଟ୍ରାନ୍ସଫର କରାଯାଇଥିଲା ହେଲେ ଆଶ୍ଚର୍ଯ୍ୟର କଥା ମାତ୍ର ଦୁଇଘଣ୍ଟା ଭିତରେ ହିଁ ତାଙ୍କ ଟ୍ରାନ୍ସଫର୍‌କୁ ବାତିଲ କରାଇଦିଆ ଗଲା । ସୂଚନା ମୁତାବକ ଯେ ୧୦ ସେପ୍ଟେମ୍ବର ୨୦୨୫ ତାରିଖରେ ପଣ୍ଡାବାବୁ ଏଡିଏମ୍ ଭାବରେ ପହ୍ମପୁର ଠାରେ ନିଯୁକ୍ତି ହୋଇଥାଆନ୍ତେ ହେଲେ ୦୯ ସେପ୍ଟେମ୍ବର ୨୦୨୫ରେ ବଦଳି ଆଦେସ କୁ କରାଗଲା ସ୍ଥଗିତ । ସରକାରଙ୍କ ସବୁ ନିୟମକୁ ଫୁ କରିଛନ୍ତି କେଉଁ ପ୍ରଭାବଶାଳି ରାଜନେତା । ଏହି ବିରଳ ଘଟଣା ବିଷୟରେ ଅବଗତ ଅଛନ୍ତି କି ଡବଲ୍ ଇଞ୍ଜିନ ସରକାର ବୋଲାଉଥିବା ମୋହନ ମାôଝ ନା ଓଏଏସ ଅଫିସରଙ୍କ ଚାପରେ ଚେପା ହୋଇଯାଇଛନ୍ତି । ଏହି ଟ୍ରାନ୍ସଫର ଅର୍ଡର ଏବଂ ସ୍ତଗିତ ଅର୍ଡର କୁ ଆପଣ ମାନେ ସ୍ପଷ୍ଠ ଭାବରେ ଟିକେ ନଜର ଦିଅନ୍ତୁ ।ଏଭଳି କରାଯାଇଛି ସାପ ମରିବ ହେଲେ ବାଡି ଭାଙ୍ଗିବ ନି । କାହିଁକି ଏବଂ କଣ ପାଇଁ ମୋହନ ସରକାରଙ୍କର ସବୁ ଶାସନ ବ୍ୟବସ୍ଥାକୁ କେଉଁ ରାଜନେତା ବା କେଉଁ ମହାନ ପୁରୁଷ ଫୁ କରିବା ଚର୍ଚ୍ଚା ଜୋର ଧରିଲାଣି । ଘଟଣା ଏହାକି ଯେ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗ ସେପ୍ଟେମ୍ବର ୦୯/୨୦୨୫ ରେ ଏହି ବିଜ୍ଞପ୍ତି ଜାରି କରିଥିଲା ଏବଂ ଅନ୍ୟାନ ଅଫିସର ଙ୍କ ବଦଳି ମଧ୍ୟ ହୋଇଥରଲା ବେଳେ ପଣ୍ଡା ବାବୁଙ୍କ ବଦଳି ଆଦେଶର ଦୁଇଘଣ୍ଟା ମଧ୍ୟରେ ସ୍ତଗିତ କରାଗଲା । କିଏ ସେ ମହାନ ପୁରୁଷ ବା କିଏ ସେହି ରାଜନେତା ଏଭଳି ପ୍ରୟାସ କରିବାକୁ ସାହାସ କରିଛନ୍ତି । ଓଏଏସ୍ ଅଫିସର ଓ ରାଜନେତାଙ୍କ ମଧୁଚନ୍ଦ୍ରିକ ନୁହେଁତ ? ଏ ଚିଠି କୁ ଦେଖିଲେ ସ୍ପଷ୍ଠ ଭାବରେ ଜଣା ପଡି ଯାଉଛି ଯେ ଓଏଏସ୍ ଅଫିସର ଓ ରାଜନେତା ମୋଟା ଅଙ୍କର ଅର୍ଥ ପାଇ ହେର୍‌ଫେର୍ ହୋଇଥଆଶଙ୍କା କରାଯାଉଛି । ସତେ ଜେମିତି ବିଲେଇ ଆଖି ବୁଜି ବୁଜି ଖିର ପିଇବା ଅଭିନୟ କରୁଛନ୍ତି ମହାନ ରାଜନେତା ଏବଂ ଓଏଏସ ଅଫିସର । ଏଘଟଣାକୁ ନେଇ ସତ୍ୟତତା କଣ ଏହା ଉପରେ ତଦନ୍ତ କରାଯିବ ସହ ଦୋଷୀ ବିରୋଧରେ ଆଇନ୍ ଗତ ପଦେକ୍ଷପ ନିଆଯାଉ ବୋଲି ସାଧାରଣରେ ଦାବି କରାଯାଉଛି ।
ବ୍ୟରୋ ରିପୋର୍ଟ ଓଡ଼ିଶା ନିଉଜ୍ ୫

Leave a Reply

Your email address will not be published. Required fields are marked *