‘କେରଳ ଷ୍ଟୋରୀ ପରେ ‘ହାତକ୍’ରେ ନଜର ଆସିବେ ଅଦା ଶର୍ମା, ସେୟାର କଲେ ପୋଷ୍ଟର

ଆଦିଲ୍ଲୀ ୩୦।୦୮; ବଲିଉଡର ଚୁଲବୁଲି ଅଭିନେତ୍ରୀ ଅଦା ଶର୍ମା । ବ୍ଲକବଷ୍ଟର ଫିଲ୍ମ ‘ଦ କେରଳ ଷ୍ଟୋରୀ’ ମାଧ୍ୟମରେ ଦର୍ଶକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏବେ ସେ କ୍ରାଇମ୍ ଥ୍ରୀଲର ‘ହାତକ’ ରେ ନଜର ଆସିବେ । ସୋମବାର ଦିନ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୋଷ୍ଟରରେ, ଅଦା ଶର୍ମା ତାଙ୍କ ଚରିତ୍ର ନଜର ଆସିଛନ୍ତି। ଟ୍ରେଞ୍ଚ କୋଟ୍, ସୁଟ୍ ଏବଂ କ୍ୟାପ୍ ପିନ୍ଧି, ହାତରେ ବନ୍ଧୁକ ଧରିଥିବାର ନଜର ଆସିଛନ୍ତି । “ୱାନ୍ ହେଇଷ୍ଟ, ନୋ ମର୍ସି” ଟ୍ୟାଗଲାଇନ୍ ସୂଚାଇ ଦେଉଛି ଯେ ଫିଲ୍ମଟି ଆକ୍ସନ୍ ଏବଂ ସସପେନ୍ସରେ ଭରପୂର।

ଏତିକି ହିଁ ନୁହେଁ ଅଦା ଫିଲ୍ମ ବିଷୟରେ କହିଛନ୍ତି, ‘ହାତକର ଅଂଶ ହେବା ମୋ ପାଇଁ ବହୁତ ରୋମାଞ୍ଚକର, ଯେତେବେଳେ ମୁଁ ସ୍କ୍ରିପ୍ଟ ପଢିଲି ଓ ଅଜୟ ସାର ତାଙ୍କ ଦୃଷ୍ଟିକୋଣକୁ ଏତେ ସ୍ପଷ୍ଟ ଭାବରେ ସେୟାର କଲେ, ମୁଁ ତୁରନ୍ତ ଏହି ପ୍ରୋଜେକ୍ଟ ସହିତ ଯୋଡ଼ି ହୋଇଗଲି। ମୁଁ ଖୁସି ଯେ “ଦି କେରଳ ଷ୍ଟୋରି”, “ସନଫ୍ଲାୱାର୍ ୨” ଏବଂ “ରୀତା ସାନ୍ୟାଲ୍” ପରେ ନିର୍ଦ୍ଦେଶକ ମୋତେ ଏତେ ଭିନ୍ନ ଏବଂ ଚ୍ୟାଲେଞ୍ଜିଂ ଚରିତ୍ରରେ ଦେଖୁଛନ୍ତି ।

ଏହି ଚଳଚ୍ଚିତ୍ରଟି ଅଜୟ କେ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଲିଖିତ। ଯିଏ ଏପର୍ଯ୍ୟନ୍ତ ବିଜ୍ଞାପନ ଜଗତରେ ନିଜର ଛାପ ଛାଡ଼ିଛନ୍ତି । ଏହା ତାଙ୍କର ପ୍ରଥମ ଫିଚର ଚଳଚ୍ଚିତ୍ର ହେବ । ଏହି ଚଳଚ୍ଚିତ୍ରଟି ସତ୍ୟ ଘଟଣା ଉପରେ ଆଧାରିତ । ଚଳଚ୍ଚିତ୍ରଟି  ଆରମ୍ଭରୁ ଶେଷ ଯାଏଁ ରାଜସ୍ଥାନ ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ସୁଟିଂ କରାଯିବ । ନିର୍ମାତା ୨୦୨୬ ରେ ଏକ ବଡ଼ ଧରଣର ଥିଏଟର ରିଲିଜ ଯୋଜନା କରିଛନ୍ତି।

Leave a Reply

Your email address will not be published. Required fields are marked *