ତାଙ୍କ ଭାବନାକୁ ମୁଁ ସମ୍ମାନ ଜଣାଉଛି: ଟ୍ରମ୍ପ୍‌ଙ୍କ ‘ବନ୍ଧୁ’ ମନ୍ତ୍ୟକୁ ନେଇ କହିଲେ ମୋଦୀ

ନୂଆଦିଲ୍ଲୀ: ସୁଧୁରିବାକୁ ଯାଉଛି ଭାରତ-ଆମେରିକା ସଂପର୍କ। କାରଣ ଉଭୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଅ‌ାମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ‌ବେ ପରସ୍ପରଙ୍କ ପ୍ରତି ସମ୍ବେଦନଶୀଳ ଥିବା ଜଣାପଡୁଛି। 

ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ସେମାନଙ୍କ ଦୃଢ଼ ବ୍ୟକ୍ତିଗତ ସମ୍ପର୍କକୁ ପ୍ରଶଂସା କରିବା ଦେଖିବାକୁ ମିଳିଥିଲା। ସେ ମୋଦୀଙ୍କୁ ‘‘ଜଣେ ମହାନ ପ୍ରଧାନମନ୍ତ୍ରୀ’’ ବୋଲି କହିବା ପରେ ତାଙ୍କର ଏହି ମନ୍ତବ୍ୟ ବେଶ୍‌ ଚର୍ଚ୍ଚା ଧରିଥିଲାା। ମୋଦୀଙ୍କ ସହ ତାଙ୍କ ବନ୍ଧୁତ୍ବ ସବୁବେଳେ ରହିବ ବୋଲି ମଧ୍ୟ ଟ୍ରମ୍ପ୍‌ କହିଥିଲେ।

ମୋଦୀଙ୍କ ଟ୍ରମ୍ପ୍‌ ପ୍ରଶଂସା କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ଉପରେ ନିଜର ମତ ରଖିଛନ୍ତି। ମୋଦି କହିଛନ୍ତି ଯେ  ‘‘ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁକୁ ସମ୍ମାନ ଜଣାଇଛି ଏବଂ ତାଙ୍କ ଭାବପ୍ରବଣତା‌ରେ ମୁଁ ସଂପୂର୍ଣ୍ଣ ସହମତ’’।

ଦୀର୍ଘ ଦିନର ତିକ୍ତତା ଓ ଟାରିିଫ୍‌ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ ଦେଖିବାକୁ ମିଳିଥିଲା। ସେ ମୋଦୀଙ୍କ ସହ “ସର୍ବଦା ବନ୍ଧୁ ରହିବେ” ବୋଲି କହିବା ପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଆସିଛି। କେବଳ ସେତିକି ନୁହେଁ; ଆମେରିକା ଓ ଭାରତର ଗଭୀରତମ ସଂପର୍କ ବିଷୟରେ ବି ଟ୍ରମ୍ପ୍‌ ଆଲୋକପାତ କରିଥିଲେ। ଯାହା ଉପରେ ମୋଦୀ ପ୍ରତିକ୍ରିୟା ରଖିଛନ୍ତି। 

ମୋଦୀ ଏକ ଏକ୍ସ ପୋଷ୍ଟ୍‌ ଜରିଆ‌ରେ କହିଛନ୍ତି କି ‘‘ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ସକାରାତ୍ମକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ରହିଛି,”।

Leave a Reply

Your email address will not be published. Required fields are marked *