ରାସ୍ତା କାନ୍ଦେ ପାଞ୍ଚ ବର୍ଷରେ ଥରେ ମିଳେ ତାକୁ ଆଶ୍ୱାସନା

ଦେଶ ଅମୃତ ମହୋଛବ ପାଳନ କରୁଥିବା ବେଳେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ବାଜିନାହିଁ, ଏହାର ନିଚ୍ଛକ ଉଦାହରଣ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ଗ୍ରାମର, ଏଠାକାର ଜନସାଧାରଣଙ୍କ ସରଳତାର ସୁଯୋଗରେ ପ୍ରଶାସନ ଠାରୁ ଆରମ୍ଭ କରି ଜନପ୍ରତିନିଧି ପର୍ଯ୍ୟନ୍ତ ଦେଇଥାନ୍ତି ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ ରଙ୍ଗମଞ୍ଚରେ ସେମାନେ ଥେଇ ଥେଇ ନାଚିବା ସାଙ୍ଗକୁ ଅନେକ ସ୍ବପ୍ନ ଦେଖାଇ କ୍ଷମତାକୁ ଆସିଥାନ୍ତି, ହେଲେ ସେମାନେ ଦେଇଥିବା ସ୍ବପ୍ନ ଅଂଚଳବାସୀଙ୍କୁ ମରୀଚିକାରେ ପରିଣତ କରିଦିଏ, ଗୁମି ଗ୍ରାମର ଶେଷ ସୀମାରୁ ମହୁଲ ପାଟଣା ଠାରୁ ଗୋଡିବନ୍ଧ ରାସ୍ତା କେଉଁ ଆବାହନ କାଳରୁ ମାଟି ରାସ୍ତା ହୋଇଥିଲେ ମଧ୍ୟ ଏଠାକାର ବିଗତ ଓ ବର୍ତମାନ ଅବସ୍ଥାପିତ ସରପଞ୍ଚ କିଛି କିଛି ମାଟି ଏହି ରାସ୍ତାରେ ବିଞ୍ଚି ଦେଇ କାମ ସାରି ଦେଇ ଅର୍ଥ ଆନ୍ତ୍ୱସାତ କରିଦେଇଛନ୍ତି, ଏହି ରାସ୍ତାଟିର ଉର୍ନତି କରିବାପାଇଁ 2022-2022 ଆର୍ଥିକ ବର୍ଷର ଅଟକଳ ପରିମାଣ 9,73,367 ଟଙ୍କା ଫଳକରେ ଉଲ୍ଲେଖ ଥିବାବେଳେ ତାହା କାର୍ଯ୍ୟ କରାନଯାଇ ପୁଣି ସେହି ଫଳକକୁ ଲିଭାଯାଇ କାର୍ଯ୍ୟ ଆରମ୍ଭ କରିବା 12/5/25 ବୋଲି ଲେଖାଯାଇଛି, ଏବଂ କିଛି କିଛି ଜାଗାରେ ଜଙ୍ଗଲ ମାଟି ପକାଯାଇ କାମ ସାରିଦିଆଯାଇଛି, ଯାହାଫଳରେ ବର୍ଷାଦିନେ କାଦୁଅ ଏବଂ ପାଣିରେ ପରିପୂର୍ଣ ହୋଇ ରାସ୍ତାଟି ମରଣଯନ୍ତା ପାଲଟିଥିବା ଦୃଶ୍ୟ ଦେଖିବାକୁ ମିଳିଛି, ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ଖାଲ, ଏହି ରାସ୍ତାଟିକୁ ପଂଚାୟତ ପକ୍ଷରୁ ଗ୍ରାମ୍ୟ ଉର୍ନୟନ ବିଭାଗକୁ ହସ୍ତାନ୍ତର କରାଯାଉ ବୋଲି ମଧ୍ୟ ଲୋକ ଦାବୀ କରୁଛନ୍ତି, କିନ୍ତୁ ଫଳ ବର୍ତ୍ତମାନ ପର୍ଯ୍ୟନ୍ତ ଶୂନ, ଏଇତ ପୁଣି ଆଗକୁ ପଂଚାୟତ ନିର୍ବାଚନ ମାଡ଼ି ଆସୁଛି ଏବେ ଠାରୁ ପୁଣି ପ୍ରାଥୀ ମାନେ ତାଙ୍କ ରାଜନୈତିକ ରୂପକ ନାଟକ ପାଞ୍ଚ ବର୍ଷରେ ଥରେ ରାସ୍ତା କାନ୍ଦେରେ ଅଭିନୟ କରିବାକୁ ରିଏଲସଲ ଆରମ୍ଭ କରିଦେଲେଣି, ଏଥରକ ହିରୋ କଣ କରିବ, ଭିଲିଏନର ଭୂମିକା କେମିତି ହେବ ତାକୁ ଦେଖିବାକୁ ବାକି ରହିଲା : ନୟାଗଡ଼ରୁ ବିରୋଚିଫ ପ୍ରଦୀପ କୁମାର ରାୟଙ୍କ ରିପୋର୍ଟ ଓଡିଶା ନିୟୁଜ 5

Leave a Reply

Your email address will not be published. Required fields are marked *