ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟ ଏବେ ବି ସଙ୍କଟାପନ୍ନ

ଭୁବନେଶ୍ବର: ପ୍ରଖ୍ୟାତ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସ୍ବାସ୍ଥ୍ୟରେ କିଛି ସୁଧାର ଆସିନି। ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଅଭିଜିତ ମଜୁମଦାର। ଏବେ ବି ସଙ୍କଟାପନ୍ନ ଅଛି ଅଭିଜିତଙ୍କ ସ୍ବାସ୍ଥ୍ୟ। ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନ ତଳେ କଟକର  ଏକ ଘରୋଇ ହସ୍ପିଟାଲରୁ ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ଅଭିଜିତ ମଜୁମଦାର। ସ୍ବାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ। 

ପ୍ରଖ୍ୟାତ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସ୍ବାସ୍ଥ୍ୟରେ କିଛି ସୁଧାର ଆସିନି।ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଅଭିଜିତ ମଜୁମଦାର। ଏବେ ବି ସଙ୍କଟାପନ୍ନ ଅଛି ଅଭିଜିତଙ୍କ ସ୍ବାସ୍ଥ୍ୟ। ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ତେବେ ଏମ୍ସରେ ଭର୍ତ୍ତି ହେବା ପରେ ଅଭିଜିତଙ୍କ ବ୍ରେନରେ ସୋଡିୟମ କମିଥିବା ଏବଂ ନିଶ୍ବାସ ନେବାରେ ସମସ୍ୟା ହେଉଥିବା କୁହାଯାଉଥିଲା । ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଥିଲା। 

Leave a Reply

Your email address will not be published. Required fields are marked *