ଭୁବନେଶ୍ବର ୩୦।୮: ଦୁଇ ଦିନିଆ କର୍ମଶାଳାରୁ ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ଏଜେଣ୍ଡା ୨୦୨୫ ଭୁବନେଶ୍ୱର ପ୍ରସ୍ତୁତ ନେଇ ନିଷ୍ପତ୍ତି ।ଜନଜାତିଙ୍କ ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରର ରହିବ ଗୋଟିଏ ଏଜେଣ୍ଡା । ଏଥିପାଇଁ କର୍ମଶାଳାରେ ୩୧ ସଦସ୍ୟ ଦେଇଛନ୍ତି ପ୍ରସ୍ତାବ । ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ଏଜେଣ୍ଡା ୨୦୨୫ ଭୁବନେଶ୍ୱରକୁ ବ୍ୟାପକ ରୂପ ରେଖ ଦିଆଯିବ । ଉଦଯାପାନୀ କାର୍ଯ୍ୟକ୍ରମ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।
ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସମାନତା ଓ ନ୍ୟାୟ ପାଇଁ ସଂସଦୀୟ ସମିତି ମିଳିମିଶି କାମ କରୁଛି । ବଜେଟ୍ ଅର୍ଥ କେମିତି ଖର୍ଚ୍ଚ ହେଉଛି ତାକୁ ଦେଖୁଛି । କେନ୍ଦ୍ର ଓ ରାଜ୍ୟ ବିଧାନସଭାରେ ସଂସଦୀୟ ସମିତି ମିଳିତ ଭାବେ କାମ କରୁଛନ୍ତି । ରାଜ୍ୟ ଓ କେନ୍ଦ୍ରର ସମାନ ଏଜେଣ୍ଡା ନେଇ କାମ କରୁଛନ୍ତି । ସଂସଦୀୟ ସମିତି ଯେଉଁ ଯୋଜନା ଲାଗୁ କରାଯାଇଛି ଏଥିରେ କେତେ ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ହେଉଛି ତାର ମଧ୍ୟ ନୀରିକ୍ଷଣ କରେ ଏବଂ ଯୋଜନା ତିଆରିରେ ମଧ୍ୟ ସାହାଯ୍ୟ କରେ । ରାଜ୍ୟ ଏବଂ କେନ୍ଦ୍ର ସରକାର ମାନେ ୭୦-୮୦ ପ୍ରତିଶତ ସଂସଦୀୟ ସମିତି ପ୍ରସ୍ତାବକୁ କାର୍ଯ୍ୟକାରୀ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଓମ୍ ବିର୍ଲା ।
ଲୋକସେବା ଭବନ କନଭେନଶନରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଅନୁସୂଚିତ ଜାତି ଜନଜାତି କର୍ମଶାଳାକୁ ଶନିବାର ଉଦଯାପନ କରାଯାଇଛି । ଯେଉଁଥିରେ ରାଜ୍ୟପାଳ, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଅନୁସୂଚିତ ଜାତି ଜନଜାତି ସଂସଦୀୟ କମିଟିର ଅଧ୍ୟକ୍ଷ ଫଗନ ସିଂ କୁଲସ୍ତେ ଉପସ୍ଥିତ ଥିଲେ । ପ୍ରାୟ ୧୪ଟି ସଂସଦୀୟ କମିଟିର ଅଧ୍ୟକ୍ଷ ଏବଂ ୮ଟି ସଂସଦୀୟ କମିଟିର ସଦସ୍ୟଙ୍କ ସହ ଶତାଧିକ ଡେଲିଗେସନ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦୁଇ ଦିନ ଧରି ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ଏବଂ କଲ୍ୟାଣ ପାଇଁ ହୋଇଥିଲା ମାନସ ମନ୍ଥନ ।