କ୍ଷମତା ଯିବା ପରେ ବିଜେଡିର ଶୃଙ୍ଖଳାରେ ଲାଗିଲାଣି ପ୍ରଶ୍ନଚିହ୍ନ

ଭୁବନେଶ୍ବର: ବିଜେଡି କ୍ଷମତାରେ ଥିବା ବେଳେ ବରିଷ୍ଠ କି କନିଷ୍ଠ କେହି ଦଳର ନେତୃତ୍ବ ବା ଅଘୋଷିତ ସର୍ବେସର୍ବାଙ୍କ ବିରୋଧରେ ମୁହଁ ଖୋଲୁନଥିଲେ। ତୁଣ୍ଡରୁ ପଦଟିଏ କଥା ବାହାରିବା କଥା ବି କଷ୍ଟକର ଥିଲା। ସବୁ ଦେଖୁଥିଲେ, ଜାଣୁଥିଲେ ବି ସମସ୍ତେ ଚୁପ୍ ରହୁଥିଲେ। କ୍ଷମତା ଲୋଭ, ପୁଲିସର ଚାପ ବା ନିଲମ୍ବନ ଭୟ ହେଉ ବି ରହୁଥିଲା। ଯେମିତିକି ବର୍ତ୍ତମାନର ବ୍ରହ୍ମପୁର ସାଂସଦ  ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କ କ୍ଷେତ୍ରରେ ଘଟିଥିଲା। ସବୁ କିଛି ବରଦାସ୍ତ କରୁଥିଲେ। ସେତେବେଳେ କେବଳ ଉପରୋକ୍ତ କାରଣରୁ ଯୋଗୁ ବିଜେଡି ଏକ ଶୃଙ୍ଖଳିତ ଦଳ ଭଳି ବାହାରୁ ଜଣାପଡ଼ୁଥିଲା। ହେଲେ କ୍ଷମତା ଯିବା ପରେ ଆଉ ସେହି ଅବସ୍ଥା ନାହିଁ। ଏବେ ଖାଲି ବରିଷ୍ଠ ନୁହନ୍ତି, ବରଂ କନିଷ୍ଠମାନେ ବି ମୁହଁ ଖୋଲିଲେଣି। ଏବେ ଆଉ ସେଭଳି ଭୟ ନାହିଁ କି ଚାପ ନଥିବା ଭଳି ମନେହେଉଛି। ଏହି କାରଣରୁ ବିଜେଡିରେ ଆଉ ପୂର୍ବ ଶୃଙ୍ଖଳା ନାହିଁ।

ଯିଏ ଯାହା ପାରୁଛନ୍ତି କହି ଦେଉଛନ୍ତି। ଗତକାଲି ତ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ବି ନିର୍ବାଚନ ହାରିଛନ୍ତି। ସିଧାସଳଖ ଦଳ ସଭାପତିଙ୍କ ଉପରେ ଏଭଳି ଟିପ୍ପଣୀ କରିବାର କୌଣସି ବିଜେଡି ନେତାଙ୍କର ସାହସ ନଥିଲା। ତାପୂର୍ବରୁ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ବି ସେଭଳି କହି ଦଳରୁ ବିଦା ହୋଇଛନ୍ତି ଅଳ୍ପ କିଛି ଦିନ ତଳେ। ସବୁଠାରୁ ବଡ଼ କଥା ହେଲା ଯେ ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା ଉପରେ ଶୃଙ୍ଖଳା କମିଟି ସବୁ ଦେଖୁଛି ବୋଲି କହି ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ପ୍ରତ୍ୟକ୍ଷ ଭାବେ ଦେବାଶିଷଙ୍କୁ ଚେତାବନୀ ଦେଇଛନ୍ତି। ଏହାପୂର୍ବରୁ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ବି ଧୃତରାଷ୍ଟ୍ର ଓ ସନ୍ନ୍ୟାସୀ ପ୍ରସଙ୍ଗ ଉଠାଇ ଦଳୀୟ ବିଶୃଙ୍ଖଳାକୁ ପଦାରେ ପକାଇଥିଲେ। କ୍ଷମତାରୁ ଯିବା ପରେ ପରାଜୟର କାରଣ ନେଇ ବି ବଦ୍ରି ପାତ୍ର, ଶଶୀଭୂଷଣ ବେହେରାଙ୍କ ସମେତ କେତେକ ତୁଣ୍ଡ ଖୋଲିଥିଲେ। ବିଜେଡିରେ ଏବେ ଜଣେ ଯାହା କହିଲା କେତେକ ତାଙ୍କ ସପକ୍ଷରେ ବାହାରୁଥିବା ବେଳେ ଆଉ କେତେକ ତାଙ୍କ ବିପକ୍ଷରେ ବାହାରି ଗଣମାଧ୍ୟମ ସାମ୍ନାକୁ ଆସୁଛନ୍ତି। ଏହା ଦଳର ଭାବମୂର୍ତ୍ତି ନଷ୍ଟ କରୁଛି। ସାଧାରଣରେ ଏହାକୁ ନେଇ ଚର୍ଚ୍ଚା ତ ଲାଗିଛି ଯେ ବିଜେଡି ଏବେ କାହାରି ନିୟନ୍ତ୍ରଣରେ ନାହିଁ।

ଯିଏ ଯାହା ପାରୁଛନ୍ତି କହି ଦେଉଛନ୍ତି। ଗତକାଲି ତ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ବି ନିର୍ବାଚନ ହାରିଛନ୍ତି। ସିଧାସଳଖ ଦଳ ସଭାପତିଙ୍କ ଉପରେ ଏଭଳି ଟିପ୍ପଣୀ କରିବାର କୌଣସି ବିଜେଡି ନେତାଙ୍କର ସାହସ ନଥିଲା। ତାପୂର୍ବରୁ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ବି ସେଭଳି କହି ଦଳରୁ ବିଦା ହୋଇଛନ୍ତି ଅଳ୍ପ କିଛି ଦିନ ତଳେ। ସବୁଠାରୁ ବଡ଼ କଥା ହେଲା ଯେ ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା ଉପରେ ଶୃଙ୍ଖଳା କମିଟି ସବୁ ଦେଖୁଛି ବୋଲି କହି ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ପ୍ରତ୍ୟକ୍ଷ ଭାବେ ଦେବାଶିଷଙ୍କୁ ଚେତାବନୀ ଦେଇଛନ୍ତି। ଏହାପୂର୍ବରୁ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ବି ଧୃତରାଷ୍ଟ୍ର ଓ ସନ୍ନ୍ୟାସୀ ପ୍ରସଙ୍ଗ ଉଠାଇ ଦଳୀୟ ବିଶୃଙ୍ଖଳାକୁ ପଦାରେ ପକାଇଥିଲେ। କ୍ଷମତାରୁ ଯିବା ପରେ ପରାଜୟର କାରଣ ନେଇ ବି ବଦ୍ରି ପାତ୍ର, ଶଶୀଭୂଷଣ ବେହେରାଙ୍କ ସମେତ କେତେକ ତୁଣ୍ଡ ଖୋଲିଥିଲେ। ବିଜେଡିରେ ଏବେ ଜଣେ ଯାହା କହିଲା କେତେକ ତାଙ୍କ ସପକ୍ଷରେ ବାହାରୁଥିବା ବେଳେ ଆଉ କେତେକ ତାଙ୍କ ବିପକ୍ଷରେ ବାହାରି ଗଣମାଧ୍ୟମ ସାମ୍ନାକୁ ଆସୁଛନ୍ତି। ଏହା ଦଳର ଭାବମୂର୍ତ୍ତି ନଷ୍ଟ କରୁଛି। ସାଧାରଣରେ ଏହାକୁ ନେଇ ଚର୍ଚ୍ଚା ତ ଲାଗିଛି ଯେ ବିଜେଡି ଏବେ କାହାରି ନିୟନ୍ତ୍ରଣରେ ନାହିଁ। ଏବେ ଦେବାଶିଷ ଯେଉଁ ନିଆଁ ଲଗେଇଛନ୍ତି, ତାହା ପ୍ରଶମିତ ହେବ କି ନା, ଓ ଦଳରେ ଯେଉଁଭଳି ବିଶୃଙ୍ଖଳା ପରିଲକ୍ଷିତ ହେଲାଣି ତାର କି ପରିଣତି ହେଉଛି, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *