AI ପାଇଁ ଅଲଗା କଂପାନୀ ଘୋଷଣା କଲେ ମୁକେଶ ଅମ୍ବାନି, ଗୁଗଲ ଓ ମେଟା ସହ ମିଶି କାମ କରିବ ରିଲାଏନ୍ସ ଇଣ୍ଟେଲିଜେନ୍ସ

ନୂଆଦିଲ୍ଲୀ ୩୧/୮:ଗୁଗଲ ଓ ମେଟା ସହ ରିଲାଏନ୍ସର ବଡ ଡିଲ୍‌ । AI ପାଇଁ ଗୋଟିଏ ସ୍ଥାନରେ ନଜର ଆସିଲେ ଟେକ୍ନୋ ଜଗତର ବାଦ୍‌ଶାହ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୮ ତମ ବାର୍ଷିକ ବୈଠକ ଏଜିଏମରେ ମୁକେଶ ଅମ୍ବାନି ଅନେକ ବଡ ଘୋଷଣା କରିଛନ୍ତି । ସେଥିରୁ ଗୋଟିଏ ହେଉଛି  AI ର ଉନ୍ନତିକରଣ । ମୁକେଶ ଅମ୍ବାନି AI  ପାଇଁ ଏକ ଅଲଗା କଂପାନୀ ନିର୍ମାଣର ଘୋଷଣା କରିଛନ୍ତି । ଏହି ନୂଆ କଂପାନୀର ନାଁ ରିଲାଏନ୍ସ ଇଣ୍ଟେଲିଜେନ୍ସ । କଂପାନୀ ପୁରାପୁରି ରିଲାଏନ୍ସର । ଏହାର ଉଦ୍ଦେଶ୍ୟ ହେଉଛି କୁତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତକୁ ପୁରା ବିଶ୍ବର ଲିଡର କରିବା । ମୁକେଶ ଅମ୍ବାନି ସ୍ପଷ୍ଟ କରିଛନ୍ତି କି  ରିଲାଏନ୍ସ ଇଣ୍ଟେଲିଜେନ୍ସ ଆଣିବା ପଛରେ ୪ଟି ବଡ ଲକ୍ଷ୍ୟ ରହିଛି । 

ପ୍ରଥମ ହେଉଛି AI  ଡାଟା ସେଣ୍ଟର ନିର୍ମାଣ କରିବା । ଗୁଜୁରାଟରେ ଏହା ଆରମ୍ଭ ହୋଇସାରିଛି । ଯାହା ଗ୍ରୀନ ଏନର୍ଜିରେ ଚାଲିବ । ଏହି ଡାଟା ସେଣ୍ଟର ଟ୍ରେନିଂ ଓ ଇଣ୍ଟରଫେସ ପାଇଁ ପ୍ରସ୍ତୁତ ହେବ । ଯାହାର କାମ କାମ ପର୍ଯ୍ୟାୟକ୍ରମେ  ଆରମ୍ଭ ହୋଇଯାଇଛି । ଦ୍ବିତୀୟଟି ହେଉଛି ଗ୍ଲୋବାଲ ପାର୍ଟନରସିପକୁ ଆଗକୁ ନେବା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦୁନିଆର ଟପ୍‌ ଟେକ୍‌ କଂପାନୀ ଗୁଗଲ ଓ ମେଟା ସହ ମିଶି କାମ କରିବ । ତୃତୀୟ ହେଉଛି AI ସର୍ଭିସେସ କେମିତି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ । ଖାସ କରି ଶିକ୍ଷା,ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଅଧିକ AI ବ୍ୟବହୃତ ହେବ । ଚତୁର୍ଥ ହେଉଛି AI ଟ୍ୟାଲେଣ୍ଟକୁ ଆଗକୁ ନେବା । 

ମୁକେଶ ଅମ୍ବାନି ଏଜିଏମ୍‌ରେ କହିଛନ୍ତି କି ରିଲାଏନ୍ସ ଗୁଗଲ ଓ ମେଟା ସହ ମିଶି ୨ଟି ବଡ ଭେନଚର ଆରମ୍ଭ କରିଛି । ପ୍ରଥମେ ଗୁଗଲ କ୍ଲାଉଡ ସହ ମିଶି ଜାମନଗରରେ ଗୋଟିଏ AI ଡେଡିକେଟେଡ କ୍ଲାଉଡ ରିଜନ ନିର୍ମାଣ କରାଯିବ । ଏହା ରିଲାଏନ୍ସର ସବୁ ବିଜନେସ ଏନର୍ଜି,ରିଟେଲ,ଟେଲିକମ ଓ ଫାଇନାନ୍ସ ସର୍ଭିସକୁ AI ସହାୟତାରେ ଅଧିକ ମଜଭୁତ କରିବ । ମେଟା ସହ ମଧ୍ୟ ଏକ ଜଏଣ୍ଟ ଭେନଚର ଆରମ୍ଭ ହୋଇଛି ଯାହାଦ୍ବାରା ମେଟାର ଲାର୍ଜ ଲାଙ୍ଗୁଏଜ ମଡେଲ ଭାରତରେ ଉପଲବ୍ଧ ହେବ । ଯାହାର କାମ ଭାରତ ବିଜେନସକୁ AI ଟୁଲ୍ସ ଦେବା ଯାହାଦ୍ବାରା ପ୍ରୋଡକ୍ଟିଭିଟି ଓ ଇନୋଭେସନ ବଢିବ । ୨ କଂପାନୀ ମିଶି ୮୫୫ କୋଟି ଅର୍ଥାତ ୧ଶହ ମିଲିଅନ ଡଲାର ନିବେଶ କରିଛନ୍ତି । ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଟେଲିଜେନ୍ସର ତୁଳନା ଜିଓ ସହ କରି କହିଛନ୍ତି  ଯେମିତି ଜିଓ ପ୍ରତି ଭାରତୀୟଙ୍କୁ ଡିଜିଟାଲ କନେକ୍ଟିଭିଟି ଦେଇଛି ଠିକ ସେମିତି ରିଲାଏନ୍ସ ଇଣ୍ଟେଲିଜେନ୍ସ ପ୍ରତି ଭାରତୀୟଙ୍କୁ AI ତାକତ ବନାଇବ । AI ଶସ୍ତା ଓ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ଯେମିତି ଶିକ୍ଷା,ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ କ୍ରାନ୍ତି ଆସିବ । 

Leave a Reply

Your email address will not be published. Required fields are marked *